HIGHLIGHTS


7th Punjab State Do Championship 2019

Suresh Raheja 2019-08-18 15:21:04    STATE 7707
7th Punjab State Do Championship 2019
Bathinda, 7th Punjab State Do Championship 2019. Anvesha student of JS Paramount Convent Sports School, got 2nd position and won Silver Medal. Anvesha whose keen desire to be an IPS Officer tries his level best in each area whether it is concerned with academics, co - curricular activities or Sports. This girl not only participates but won a lot of prizes. We wishes her good luck for the future and pray that her dreams to become an IPS Officer become true.




Related News

State

फ़ूड पॉइजनिंग की आशंका को लेकर अस्पताल में दर्जनों से ज्यादा लोग भर्ती
Rupesh Kumar 2019-09-20 01:17:45
मुज़फ़्फ़रपुर, 19 सितंबर 2019, (आरएनआई)। बिहार के मुज़फ़्फ़रपुर जिला में फ़ूड पॉइजनिंग की आशंका को देखते हुए, लगभग तीन दर्जन से ज्यादा लोग स्थानीय पीएसची में भर्ती हुए. जानकारी के अनुसार मामला जिला के देवरिया थाना क्षेत्र का है. बताया जा रहा है कि फ़ूड पॉइजनिंग की आशंका को लेकर लगभग 40 लोग पारू अस्पताल में भर्ती हुए है. बता दें कि पूजा का प्रसाद खाने के बाद एक ही गांव के 40 लोग जिसमे महिलाएं, बुजुर्ग सहित बच्चे भी शामिल है, सभी लोग बीमार होने लगे. सभी को तुरन्त पारू पीएचसी में इलाज़ के लिए भर्ती कराया गया है. घटना देवरिया थाना क्षेत्र के बूधनापुर गांव के है, एक ही गांव के लोग प्रभावित हुए है. वंही सूचना पर सिविल सर्जन पारू पीएचसी पहुंचकर मरीज़ों के स्थिति का जायजा ले रहे है.
ଆଶୀର୍ବାଦଙ୍କ ଜାମିନ ଖାରଜ
Laxmikanta Nath 2019-09-19 21:14:46
ଭୁବନେଶ୍ୱର : ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅକ୍ଟୋବର ୧ ତାରିଖ ପର୍ୟ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଭୁବନେଶ୍ୱର ଦ୍ୱାରା ଗିରଫ ହୋଇଥିବା ଆଶୀର୍ବାଦ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ । ଆଜି ସକାଳୁ ସକାଳୁ ସିବିଆଇ ଅର୍ଥତତ୍ୱ ମାମଲାରେଙ୍କୁ ଗିରଫ କରିଥିଲ। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ।
୧୦ମାସ ପରେ ମାଟିତଳୁ ଉଦ୍ଧାର ହେଲା ଚୋରି ହୋଇଥିବା କନକ ଦୁର୍ଗା ମୂର୍ତ୍ତି
Laxmikanta Nath 2019-09-19 21:11:19
ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ପରେ ବି ଫେଲ୍ ମାରିଲା ପୁଲିସ। ହେଲେ କମାଲ ଦେଖାଇଛନ୍ତି ବୁଲେଟ୍ ବାବା। ପାଖାପାଖି ୧୦ ମାସ ତଳେ ଚୋରି ହୋଇଥିବା ସୁନା ନିର୍ମିତ କନକ ଦୁର୍ଗା ମୂର୍ତ୍ତିକୁ ନିଜ ସାଧନା ବଦଳରେ ମାଟି ତଳୁ ବାହାର କରିଛନ୍ତି ସେ । ଏହି ଘଟଣା ପ୍ରଚାରିତ ହେବା ପରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଶାସନରେ ଏବେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଅପରପକ୍ଷରେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଂଚଳର ବୁଦ୍ଧିଜୀବୀ।ଗତବର୍ଷ ୨୫ ନଭେମ୍ବରରେ ଅନୁଗୋଳ ଜିଲ୍ଲା ତଳମୂଳ ଶାସନସ୍ଥିତ ଭୋଳେଶ୍ୱର ମନ୍ଦିରର ତାଲା ଭାଂଗି ଚୋରମାନେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କର ସୁନାର ମୂର୍ତ୍ତି, ତାଙ୍କର ମୁକୁଟ ଓ ଛତି ଚୋରି କରି ନେଇଯାଇଥିଲେ। ମୂର୍ତ୍ତି ଚୋରି ଘଟଣାକୁ ନେଇ ବଅଁରପାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସକୁ କିନ୍ତୁ କୌଣସି ସଫଳତା ମିଳିନଥିଲା। ପୁଲିସର ଭରସା ଛାଡ଼ି ବୁଲେଟ ଚଢ଼ୁଥିବାରୁ ‘ବୁଲେଟ ବାବା’ ଭାବେ ପରିଚିତ ତାଳଚେର ଅଞ୍ଚଳର ରାଜେନ୍ଦ୍ର ସାମନ୍ତଙ୍କ ସହିତ ଗାଁର କିଛି ଲୋକ ଯୋଗାଯୋଗ କରିଥିଲେ। ରାଜେନ୍ଦ୍ର ମା’ କନକ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ବାହାର କରିଦେବେ ବୋଲି କହିଥିଲେ। ଗତ ୧୭ ତାରିଖ ମଧ୍ୟରାତ୍ରିରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ନିଜ ଜଂଘ କାଟି ରକ୍ତ ଅର୍ପଣ କରିଥିଲେ ବୁଲେଟ ବାବା। ବୁଲେଟ ବାବାଙ୍କ ପରାମର୍ଶ ଅନୁସାରେ, ସେଠାରେ ଉପସ୍ଥିତ ଲୋକେ ନିଜ ଇଚ୍ଛା ଅନୁସାରେ ୩ଟି ଗାତ ଖୋଳିଥିଲେ। ପୂଜାର୍ଚ୍ଚନା ପରେ ଗାତସବୁ ପୋତି ଦିଆଯାଇଥିଲା। ଏହା ପରେ ବାବା ପାଖରେ ଥିବା ଏକ ଶ୍ମଶାନ ଆଡ଼କୁ ଯାଇଥିଲେ। ଗାଁ ଲୋକେ ବି ତାଙ୍କ ପଛେ ପଛେ ଯାଇଥିଲେ। କିଛି ସମୟ ବୁଲାବୁଲି କରି ସେଠାରୁ ଆସିବା ପରେ ପୋତାଯାଇଥିବା ଗୋଟିଏ ଗାତ ଖୋଲା ଯାଇଥିଲା। ମୂର୍ତ୍ତି ନମିଳିବାରୁ ସେ ପୁଣି ଦୁଇ ଥର ଶ୍ମଶାନ ଆଡ଼କୁ ଯାଇଥିଲେ। ପୋତା ଯାଇଥିବା ତୃତୀୟ ଗାତରୁ ମାଟି ବାହାର କରିବା ବେଳେ ପ୍ରାୟ ଦୁଇ ଫୁଟ ତଳେ କନକ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ମିଳିଥିଲା। ସେତେବେଳେକୁ ସମୟ ରାତି ଦେଢ଼ଟା ପାଖାପାଖି । ମୂର୍ତ୍ତି ମିଳିଥିବାରୁ କେତେକ ଲୋକ ବାବାଙ୍କୁ ସାଧୁବାଦ ଜଣାଇଥିବା ବେଳେ ଅନ୍ୟ କେତେକ ଲୋକ ସନ୍ଦେହ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଭୋର ୪ଟା ବେଳକୁ ବୁଲେଟ ବାବା ସେଠାରୁ ଚାଲି ଯାଇଥିଲେ। ତେବେ ଯିବା ପୂର୍ବରୁ ବୁଲେଟ ବାବା କହିଥିଲେ, ପୂଜାରେ ଅବହେଳା କରାଯାଇଥିବାରୁ ଏମିତି ହୋଇଥିଲା। ସଠିକ୍ ଭାବରେ ପୂଜା କରାଗଲେ ମା ମନ୍ଦିରରେ ରହିବେ ବୋଲି କହିଥିଲେ।
ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି
Laxmikanta Nath 2019-09-19 21:06:20
ବ୍ରହ୍ମପୁର : ଗଜପତି ଜିଲା ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ନଂ.୨୫/୧୯ରେ ବୁଧବାର ସନ୍ଧ୍ୟାରେ ଜିତେନ୍ଦ୍ରଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗୋପଟିମାର ଗଣ ଶିକ୍ଷକ ଦଣ୍ଡପାଣି ମଲ୍ଲିକ ଗତ ୪ ବର୍ଷତଳେ ପରମଙ୍ଗା ସ୍କୁଲରୁ ଡେପୁଟେସନରେ ଗତିମା ସ୍କୁଲକୁ ଯାଇଥିଲେ। ସେ ପୁଣିଥରେ ପରମଙ୍ଗା ସ୍କୁଲକୁ ବଦଳି ହୋଇ ଆସିବା ପାଇଁ ଶିକ୍ଷାଧିକରିଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ବଦଳି ଆବେଦନ ଫାଇଲଟି ଗୋଷ୍ଠୀ ଶିକ୍ଷାଧିକାରିଙ୍କ ନିକଟରେ ରହିଥିଲା। ଫାଇଲ ପ୍ରୋସେସିଂ ପାଇଁ ସେଠାରେ କାର୍ଯ୍ୟରତ କନିଷ୍ଠ କିରାଣି ଜିତେନ୍ଦ୍ରନାଥ ନାୟକ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୩ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ଏନେଇ ଶିକ୍ଷକ ଦଣ୍ଡପାଣି ଭିଜିଲାନ୍ସ ନିକଟରେ ଜଣାଇଥିଲେ। ଯୋଜନା ଅନୁଯାୟୀ ଦଣ୍ଡପାଣି ବୁଧବାର ସନ୍ଧ୍ୟାରେ କିରାଣୀଙ୍କୁ ତାଙ୍କ ଦାବି ମୁତାବକ ଟଙ୍କା ଦେବାକୁ କହିଥିଲେ। କିରାଣି ଜିତେନ୍ଦ୍ର ଶିକ୍ଷକ ଦଣ୍ଡପାଣିଙ୍କୁ ତାଙ୍କ ବାସଭବନକୁ ଆଣି ଟଙ୍କା ଦେବାକୁ କହିଥିଲେ। ଦଣ୍ଡପାଣି ସେଠାରେ ପହଞ୍ଚତ୍ ଜିତେନ୍ଦ୍ରଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢଉ କରି ଉକ୍ତ ଲାଞ୍ଚ ଟଙ୍କା ସହ କିରାଣି ଦଣ୍ଡପାଣିଙ୍କୁ ଗିରଫ କରିଥିବା ଏସ୍‌ପି ସ୍ବାଇଁ କହିଛନ୍ତି।
ଗାନ୍ଧି ଜୟନ୍ତି ଅବସରରେ ଦସ୍ତଖତ ଅଭିଯାନ
Laxmikanta Nath 2019-09-19 21:05:52
ବ୍ରହ୍ମପୁର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ସହ ଭାରତର ସମ୍ବିଧାନ ମୁଖ୍ୟପ୍ରବନ୍ଧରେ ଅଂହିସାକୁ ସ୍ଥାନ ପାଉ କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମି ପରିସରରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବିଧାୟକ ତଥା ଜିଲା ବିଜେଡି ସଭାପତି ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମାନ୍ୟବର ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ମାନ୍ୟବର ମନ୍ତ୍ରୀ ଆଦିବାସୀ ବେପାର ଜଗନ୍ନାଥ ସାରକା ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ଆସିକା ସାଂସଦ ପ୍ରମିଳା ବିଷୋୟୀ ,ଜିଲାପରିଷଦ ଅଧକ୍ଷା ସୋନାମ ପୋଲାଇ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହାରା ଙ୍କ ସମେତ ଗଂଜାମ ଜିଲ୍ଲା ର ସମସ୍ତ ସାଂସଦ ଓ ବିଧାୟକ/ବିଧାୟିକା ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।ରିପୋର୍ଟ: ପ୍ରଫୁଲ୍ଲ ସାବତ
ରାହାଂଜ ନାଳକୂଳ ବଜାରରୁ ଚୋରି
Laxmikanta Nath 2019-09-19 20:50:37
ଭଦ୍ରକ,୧୯/୦୯: ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଂଜ ପଂଚାୟତର ନାଳକୂଳ ବଜାରରୁ ଗତକାଲି ରାତିରେ ଛଅଟି ଦୋକାନରୁ ପଚାଶ ହଜାରରୁ ଅଧିକ ଟଙ୍କା ଓ ଜିନିଷ ଚୋରି ହୋଇଥିବାର ସୂଚନା ମିଳିଛି । ଏହି ବଜାରରେ ରାତିରେ କେହି ଶୋଉ ନ ଥିବାର ସୁଯୋଗ ନେଇ ଗତକାଲି କିଛି ଦୁବୁତ ସଂଜୟ ନାୟକଙ୍କ ତେଜରାତି ଦୋକାନ, ତପନ ବେହେରାଙ୍କ ଇଲେକ୍ଟିକାଲ ଦୋକାନ, ନିଶାକର ସାହୁ , ବନମାଳୀ ସାହୁ,ଶଶି ସାହୁଙ୍କ ଷ୍ଟେସନାରୀ ଦୋକାନ ଓ ଗଜେନ୍ଦ୍ର ବାରିକଙ୍କ ସେଲୁନରୁ କବାଟ ତାଡି ଇଲୋକ୍ଟ୍ରିକାଲ ଜିନିଷ, ଷ୍ଟେସନାରୀ ଜିନିଷ ଓ ନଗଦ ଟଙ୍କା ଚୋରି କରି ନେଇ ଯାଇଛନ୍ତି । ଖବର ପାଇ ଗ୍ରାମାଂଚଳ ଥାନା ସେକେଣ୍ଡ ଅ‘ିସର ସୈାମେନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ ଘଟଣାସ୍ଥଳ ପରିଦର୍ଶନ କରି ଦୋକାନୀ ମାନଙ୍କ ଅଭିଯୋଗ ମୂଳେ ତଦନ୍ତ ଜାରି ରଖିଛନ୍ତି । ଗୋଟିଏ ରାତିରେ ଏକା ସାଙ୍ଗରେ ଛଅଛଅଟି ଦୋକାନରେ ଚୋରୀ ଗ୍ରାମାଂଚଳ ପୋଲିସ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି କରିଛି । ଗ୍ରାମାଂଚଳରେ ପୋଲିସ ପେଟ୍ରୋଲିଂକୁ କଢାକଢି କରିବାକୁ ସାଧାରଣରେ ଦାବୀ ହେଉଛି । ତାଛଡା ନୂଆ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏହି ଚୋରିର ପର୍ଦ୍ଦା‘ାଶ କରିବାରେ କେତେ ସ‘ଳ ହେଉଛନ୍ତି ତାହା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି
ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
Laxmikanta Nath 2019-09-19 20:48:35
ଭଦ୍ରକ,୧୯/୦୯: ଉକ୍ରଳମଶି ଗୋପବନ୍ଧୁ ଦାସ ତାଙ୍କ ନିଃସ୍ୱାର୍ଥପର ଜନସେବା, ରାଷ୍ଟ୍ରବାଦୀ ଦୃଢମନା ନେତୃତ୍ୱ, ନିର୍ଭୀକ ସାମ୍ବାଦିକତା ତଥା ସମ୍ବାଦପତ୍ର ସମ୍ପାଦନା, ଆଦର୍ଶ ଗୁରୁକୂଳଧର୍ମୀ ଶିକ୍ଷା ଦର୍ଶନ, ଦରଦୀ ପ୍ରାଣ ସହୃଦୟୀ ମଣିଷ ପଣିଆ ପାଇଁ ଯେପରି ଉକ୍ରଳ ତଥା ଦେଶବାସୀଙ୍କ ହୃଦୟ କନ୍ଦରରେ ବନ୍ଦିତ ସେପରି ତାଙ୍କର ସାରସ୍ୱତ ସାଧନାର ଦୁର୍ଲଭ ସ୍ୱାକ୍ଷର କାବ୍ୟ କବିତାର ଆଲୋକରେ ଆମ ଜାତି ଓ ସମାଜ ଆଲୋକିତ ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଭଦ୍ରକ ସହର କଲ୍ୟାଣୀନଗର ଠାରେ ଆୟୋଜିତ ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଆସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ପ୍ରାଧ୍ୟାପକ ଡ. ଶଶଧର ଦାସ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ ଉଦ୍ଘାଟକ, ଅଧ୍ୟାପିକା ସୁକାନ୍ତି ମହାପାତ୍ର ମୁଖ୍ୟବକ୍ତା ଏବଂ ଅଧ୍ୟାପକ ନୀହାର ରଂଜନ କର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ‘ଓଡ଼ିଆ କାବ୍ୟ ଜଗତରେ ଉକ୍ରଳମଣି ଗୋପବନ୍ଧୁ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରାଧ୍ୟାପକ ବାସୁଦେବ ବାରିକ, ଶିକ୍ଷାବିତ୍ ଗୟାଧର ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, କବି କରୁଣାକର ବେହୁରିଆ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଶିଳ୍ପୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କବି ବିନୋଦ ବିହାରୀ ବାରିକଙ୍କ କାବ୍ୟ ‘ସତୀ ସୁଲୋଚନା’ ଲୋକାର୍ପିତ ହୋଇଥିଲା । କବୟିତ୍ରୀ ଗୀତାରାଣୀ ଆଇଚ କାବ୍ୟ ପୁସ୍ତକକୁ ସମୀକ୍ଷା କରିଥିଲେ । କବୟିତ୍ରୀ ଅନୁରାଧା ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ବସନ୍ତ ମିଶ୍ର କବିତା ଗୁଡିକୁ ସମୀକ୍ଷା କରିଥିଲେ । କବି ବିପ୍ଳବ ହୋତା, ଡା. ଅନିଲ କୁମାର ଦାଶ, ବସନ୍ତ ପାତ୍ର, ବାବୁଲାଲ ଦାସ, ମୁସ୍ତାକ ଗହ୍ୱର, ଅବ୍ଦୁଲ ବୟାନ ଯେୟା, ବାବାଜୀ ଚରଣ ମହାନ୍ତି, ଉମାକାନ୍ତ ମଲ୍ଲିକ, ଅରୁଣ କୁମାର ରାଉତ, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, କବୟିତ୍ରୀ ବସନ୍ତ ମିଶ୍ର, ମମତାରାଣୀ ଦାଶ, ଗୀତାରାଣୀ ଆଇଚ, ମନୋରମା ରାୟ, ପ୍ରୀତିଲତା ପଣ୍ଡା, ଶକୁନ୍ତଳା ନାୟକ, ଅଂଶୁମାନ ସ୍ୱାଇଁ, ସ୍ୱିକୃତୀ ଶୁଭଦର୍ଶନୀ ହୋତା, ଅର୍ଜୁନ ଚରଣ ବାରିକ, ସୁଧାରଂଜନ ମହାନ୍ତି, ଆଡ୍ଭୋକେଟ ମନୋରଂଜନ ଦାସ ପ୍ରମୁଖ କବିତା ପାଠ କରିଥିଲେ । ଏହି ଆସରରେ ସମ୍ପାଦକ ଡା. ଅନିଲ କୁମାର ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷା ମମତାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ସଭା ପରିଚାଳନା କରିଥିଲେ ।
ଦୁର୍ଗାପୂଜା ନିମନ୍ତେ ଶାନ୍ତି ସମନ୍ୱୟ ଓ ପୂଜା କମିଟି ସହ ପ୍ରଶାସନର ପ୍ରସ୍ତୁତି
Laxmikanta Nath 2019-09-19 20:47:11
ଭଦ୍ରକ,୧୯/୦୯: ଆସନ୍ତା ଦୁର୍ଗାପୂଜା ନିମନ୍ତେ ଜିଳ୍ଲା ପ୍ରଶାସନର ସହରର ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି ସମନ୍ୱୟ କମିଟିର ସଦସଙ୍କ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ଜ୍ଞାନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ବୈଠକରେ ଏସ୍ପି ରାଜେଶ ପଣ୍ଡିତ, ଅତିରିକ୍ତ ଏସ୍ପି କୈଳାସ ପରିଡା, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସିଡିଏମ୍ଓ ଡାକ୍ତର ପ୍ରଦୀପ ଖୁଣ୍ଟିଆ, ପୌରନିର୍ବାହୀ ଅଧିକାରୀ ମନୋରମା ଭୁୟାଁ, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତି ମଞ୍ଚାସିନ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ପୂଜା ମଣ୍ଡପରେ ପ୍ଲାଷ୍ଟିକ ବ୍ୟବହାର ଓ ଅପେରା ପ୍ରଦର୍ଶନକୁ ନିଷିଦ୍ଧ କରାଯାଇଥିବା ବେଳେ କମିଟିମାନେ ସେମାନଙ୍କ ତୋରଣ ରାସ୍ତା ଅତିକ୍ରମ କରାଇବେ ନାହିଁ । ଏହା ବ୍ୟତୀତ କମିଟି ପକ୍ଷରୁ ସମସ୍ତ ପୂଜା ମଣ୍ଡପରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯିବା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା କରଯିବାକୁ ବାଧ୍ୟତା ମୂଳକ କରାଯାଇଛି । ମଣ୍ଡପକୁ ଭକ୍ତମାନଙ୍କ ଯିବା ଆସିବା ପାଇଁ ପ୍ରବେଶ ଓ ପ୍ରସ୍ଥାନର ଅଲଗା ଦ୍ୱାର କରାଯିବା, ଡାକବାଜି ଯନ୍ତ୍ର ଧୀର ଶବ୍ଦରେ ବଜାଇବେ । ସମସ୍ତ କମିଟିମାନେ ପୂଜା ପୂର୍ବରୁ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତିପତ୍ର ହାସଲ କରିବା ବାଧ୍ୟତା ମୂଳକ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସକୁ ସଜାଗ ରଖିବାକୁ ସିଡିଏମ୍ଓଙ୍କୁ କୁହାଯାଇଥିଲା । ପୂଜା କମିଟିମାନେ ମଣ୍ଡପ ନିକଟକୁ ଆମ୍ବୁଲାନ୍ସ ଓ ଦମକଳ ଯିବା ଭଳି ରାସ୍ତା ରଖିବେ । ପୂଜା ପରେ ମୂର୍ତ୍ତିମାନଙ୍କୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବେ । ଏହି ସମୟରେ ଯେପରି କେହି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ପୋଷ୍ଟିଂ ନ କରନ୍ତି, ସେଥିପ୍ରତି କମିଟିର କର୍ମକର୍ତ୍ତାମାନେ ଦୃଷ୍ଟି ଦେବାକୁ ଅନୁରେଧ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ବୋଲି ଏସପି ସୂଚନା ଦେଇଥିଲେ । ବୈଠକରେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବୈଠକରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ଅଧିକାରମାନେ ଯୋଗ ଦେଇଥିଲେ ।
ନିମ୍ନମାନର କଲ୍ୟାଣ ମଣ୍ଡପ କାର୍ଯ୍ୟକୁ ବିରୋଧ : ଏଷ୍ଟିମେଟ୍କୁ ଅଣଦେଖା କରୁଛନ୍ତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର
Laxmikanta Nath 2019-09-19 20:46:41
ଭଦ୍ରକ,୧୯/୦୯: ଭଦ୍ରକ ବ୍ଳକ ଦଇସିଂ ପଞ୍ଚାୟତରେ ନିର୍ମାଣାଧିନ କଲ୍ୟାଣମଣ୍ଡପର ନିମ୍ନମାନର କାର୍ଯ୍ୟକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭାଗୀୟ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରାନଯାଇ ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିଜ ମନମାନୀରେ ନିର୍ମାଣ କାର୍ଯ୍ୟ ଚଳାଇବା ସହ ସରକାରୀ ଅର୍ଥକୁ ଲୁଟ କରୁଛନ୍ତି । ବିଶେଷକରି ମଣ୍ଡପର ମୂଳଦୂଆ ନିର୍ମାଣ ସମୟରେ ପ୍ରସ୍ତୁତ କରାଯାଇଥିବା ଏଷ୍ଟିମେଟକୁ ଅଣଦେଖା କରାଯାଉଥିବାରୁ ଉକ୍ତ ଗୃହର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ପ୍ରକାଶପାଇଛି । ତେଣୁ ଏହି ଅଭିଯୋଗର ତଦନ୍ତ ନସରିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକୁ ବନ୍ଦ ରଖିବାକୁ ଉକ୍ତ ପଞ୍ଚାୟତର ଅଜୟ କୁମାର ମହାନ୍ତି, ବିଭ୍ରାଟ ଜେନା, ଅଶୋକ ପାଣିଗ୍ରାହୀ, ଶୁକଦେବ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଏକ ସ୍ମାରକପତ୍ର ପ୍ରଦାନ କରି ଦାବି ଜଣାଇଛନ୍ତି । ଏହା ବ୍ୟତୀତ ନିମ୍ନମାନ କାର୍ଯ୍ୟର ତଦନ୍ତ, ସରକାରୀ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରିବା ଓ ଜନସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୂର୍ଣ୍ଣ ସୂଚନା ଫଳକ ଲଗାଇବାକୁ ସେମାନେ ଦାବି କରିଛନ୍ତି । ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପାଇଁ ଚର୍ତୁଦଶ ଅର୍ଥ କମିଶନ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥଯୋଗାଇ ଦେଇଛନ୍ତି । ବିଶେଷକରି ଗ୍ରାମ୍ୟ ଭିତ୍ତିଭୂମୀର ବିକାଶ ପାଇଁ ପ୍ରତ୍ୟେକ ସ୍ଥାନରେ କଲ୍ୟାଣମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି । ଏହି କ୍ରମରେ ଦଇସିଂ ପଞ୍ଚାୟତରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୩୮ଲକ୍ଷ ୮୦ହଜାର ଟଙ୍କାର ବ୍ୟୟବରାଦ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କାର ଅନୁଦାନ ପଞ୍ଚାୟତ ଫଣ୍ଡକୁ ଆସିବା ପରେ ମଣ୍ଡପ ନିର୍ମାଣ ପାଇଁ ଏଷ୍ଟିମେଟ କରାଯାଇ ଜନୈକ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ତେବେ ନିର୍ମାଣ ସମୟରେ ସ୍ୱଛତା ରକ୍ଷା ପାଇଁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଏହାକୁ ଅଣଦେଖା କରି କାର୍ଯ୍ୟ ଆରମ୍ଭ କରିଥିଲେ । ବାରମ୍ବାର ଅନୁରୋଧ ସତ୍ତେ୍ୱ ସେମାନେ ସୂଚନା ଫଳକ ଲଗାଇ ନଥିଲେ । କନିଷ୍ଠ ଯନ୍ତ୍ରୀ ଠିକାଦାର କରୁଥିବା ନିମ୍ନମାନର କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେବା ସହ ତାଙ୍କୁ ପରୋକ୍ଷ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏଷ୍ଟିମେଟ ସମ୍ପର୍କୀତ ତଥ୍ୟ ସୂଚନା ଆଇନ ଆଧାରରେ ମିଳିବା ପରେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ଜଣାଇଛନ୍ତି । ତେଣୁ ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଉକ୍ତ ମଣ୍ଡପର ସ୍ଥୟୀତ୍ୱ ଦୃଷ୍ଟିରୁ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପଞ୍ଚାୟତବାସୀ କହିଛନ୍ତି ।
ଶ୍ରୀ ଗୋପାଳ ଜୀଉ ଗୋଶାଳାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ : ଗୋସେବା ନାମରେ ଚାଲିଛି ବ୍ୟବସାୟ
Laxmikanta Nath 2019-09-19 20:45:30
ଭଦ୍ରକ,୧୯/୦୯: ଗୋ ସମ୍ପଦର ସୁରକ୍ଷା ପାଇଁ ସ୍ଥାପିତ ଶ୍ରୀ ଗୋପାଳଜୀଉ ଗୋଶାଳା ଏବେ ବ୍ୟପକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଗୋସମ୍ପଦର ସ୍ୱାର୍ଥ ରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଚାଲିଛନ୍ତି ଗୋଶାଳା କର୍ତ୍ତୃପକ୍ଷ । ଗୋସମ୍ପଦଙ୍କ ସୁରକ୍ଷା ତଥା ସ୍ୱାର୍ଥ ରକ୍ଷା ପାଇଁ ଭିତ୍ତିଭୂମୀର ବିକାଶ ପରିବର୍ତ୍ତେ ଅନୁଷ୍ଠାନର ବ୍ୟବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବାର ଅଭିଯୋଗ ହୋଇଛି । ଭଦ୍ରକ ସଦର ମହକୁମା ରାଜଘାଟ ଛକରେ ରହିଛି ଏହି ଗୋଶାଳା । ମଠସାହି ମୌଜାରେ ଥିବା ମଠ ସମ୍ପତ୍ତି ପ୍ଲଟ ନମ୍ବର ୨୩୩୬ ଓ ୨୩୩୭/୪୭୧୮ ଉପରେ ଗୋସମ୍ପଦର ସୁରକ୍ଷା ପାଇଁ ୧୯୨୩ ମସିହାରେ ଏହା ନିର୍ମିତ ହୋଇଥିଲା । ଶ୍ରୀ ଗୋପାଳ ଜୀଉ ମଠର ମହନ୍ତ ସଦାନନ୍ଦ ରାମାନୁଜ ଦାସ ଏହାକୁ ମଠ ସମ୍ପତ୍ତି ଉପରେ ୧୯୨୩ରେ ନିର୍ମାଣ କରିଥିଲେ । କିନ୍ତୁ ୯୬ବର୍ଷର ଏହି ଗୋଶାଳା ଏବେ ବ୍ୟାପକ ପରିଚାଳନାଗତ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଯଥେଷ୍ଟ ସଂଖ୍ୟକ ଗୋରୁ ରହିବା ପାଇଁ ଏଠାରେ ସ୍ଥାନାଭାବ ଦେଖାଦେଇଛି । ବେଆଇନ ଗୋଚାଲାଣ ସମୟରେ ଉଦ୍ଧାର କରାଯାଉଥିବା ଗୋରୁଙ୍କୁ ରଖିବାକୁ ସ୍ଥାନାଭାବ ଦର୍ଶାଇ କର୍ତ୍ତୃପକ୍ଷ ରାଜି ହେଉ ନାହାନ୍ତି । ପ୍ରାୟ ୧୦ବର୍ଷ ପୂର୍ବେ ଗୋଶାଳାର ଆୟବୃଦ୍ଧି ନିମିତ୍ତ ଏହି ଜମି ଉପରେ ଏକ ବିରାଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା । ପ୍ରାୟ ୪୦ଟି ଦୋକାନ ଘରକୁ ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ଅମାନତ ଜମା ଦେଇ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ୩ବର୍ଷ ହେଲା ଉକ୍ତ ମାର୍କେଟ କମ୍ପେ୍ଲକ୍ସର ଉପରମହଲା କାର୍ଯ୍ୟ ପାଇଁ ଗୋଶାଳା କର୍ତ୍ତୃପକ୍ଷ ଉଦ୍ୟମ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷ ପୌର ପାଳିକା କିମ୍ବା ସ୍ପେଶାଲ ପ୍ଲାନିଂ ଅଥରିଟି(ଏସପିଏ)ଙ୍କ ଅନୁମତି ନେଇନଥିଲେ । ତେଣୁ ଗୋଶାଳା କର୍ତ୍ତୃପକ୍ଷଙ୍କ ଏହି ବେଆଇନ ନିର୍ମାଣ ବିରୋଧରେ ସାମାଜିକ କର୍ମୀ ପ୍ରବୀର ଜେନା ପୌର ନିର୍ବାହୀ ଅଧିକାରୀ ଓ ଏସପିଏଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଥିଲେ । ପୌର ନିର୍ବାହୀ ଅଧିକାରୀ ୨୦୧୭ ଜୁନ ୨୯ତାରିଖ ଗୋଶାଳା ସମ୍ପାଦକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସୋସାଇଟି ରେଜିଷ୍ଟ୍ରେସନ ସମ୍ପର୍କୀତ କାଗଜାତ, ପରିଚାଳନା କମିଟି ଗଠନର ରିଜୋଲ୍ୟୁସନ, ଗୋଶାଳା ସପକ୍ଷରେ କଟାଉଥିବା ପାଉତି ଓ ପୂର୍ବ ୩ବର୍ଷର ଅଡ଼ିଟ ରିପୋର୍ଟ ୭ଦିନ ମଧ୍ୟରେ ଦାଖଲ କରିବାକୁ କହିଥିଲେ । ଯାହାକି ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଦାଖଲ ହୋଇନଥିବା ଜଣାପଡ଼ିଛି । ପୁନର୍ବାର ପୌର ନିର୍ବାହୀ ଅଧିକାରୀ ଗତବର୍ଷ ଜାନୁଆରୀ ୩୦ତାରିଖ ଗୋଶାଳା ସମ୍ପାଦକଙ୍କୁ ଅନୁରୂପ ପତ୍ର(୧୪୨୨) ଲେଖି ଓଡ଼ିଶା ପୌର ନିୟମକୁ ଉଲଂଘନ କରି ଜାରୀ ରଖିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭଦ୍ରକ ମାଷ୍ଟର ପ୍ଲାନ ଅଞ୍ଚଳରେ ବିନାନୁମତିରେ ନିର୍ମାଣ କାର୍ଯ୍ୟ ବେଆଇନ ଦର୍ଶାଇ ଏସପିଏ ଗୋଶାଳା ସମ୍ପାଦକଙ୍କୁ ୨୦୧୮ ମସିହା ଜାନୁଆରୀ ୨୫ ତାରିଖ ପତ୍ର ଲେଖି ବେଆଇନ ବେଆଇନ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଜାରୀ କରିଥିଲେ । କିନ୍ତୁ ପୌର ଓ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଥରିଟିଙ୍କୁ କୌଣସି ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗୋଶାଳା କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ଜାରୀ ରଖିବାରୁ ଶ୍ରୀ ଜେନା ଏଥିନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଏକ ରିଟ ପିଟିସନ(ଡ଼ବ୍ଲୁ.ପି(ସି) ନଂ୧୨୬୩୫) ଦାଖଲ କରିଥିଲେ । ଉକ୍ତ ମାମଲାରେ ଶ୍ରୀ ଜେନା ଭଦ୍ରକ ପୌର ନିର୍ବାହୀ ଅଧିକାରୀ, ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଓ ଗୋଶାଳା ସମ୍ପାଦକଙ୍କୁ ପକ୍ଷଭୂକ୍ତ କରିଥିଲେ । ମଠ ସମ୍ପତ୍ତି ଉପରେ ଗୋ ସମ୍ପଦର ସୁରକ୍ଷା ପାଇଁ ସ୍ଥାପିତ ଏହି ଗୋଶାଳାକୁ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ଼ ଏହି ସମ୍ପତ୍ତିକୁ ନିଜର ବ୍ୟବସାୟିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି ରିଟ୍ରେ ଦର୍ଶାଇଥିଲେ । ଏହା ବ୍ୟତୀତ ଗୋଶାଳା କର୍ତ୍ତୃପକ୍ଷ ପୌର ଓ ଏସପିଏିଙ୍କ ନିର୍ଦ୍ଦେଶକୁ ମାନୁନଥିବା ମଧ୍ୟ ଦର୍ଶାଇଥିଲେ । ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ନିଜ ରିଟ୍ରେ ଦର୍ଶାଇଥିଲେ । ତେବେ ମାନ୍ୟବର କୋର୍ଟ ଉକ୍ତ ମାମଲାର ବିଚାର କରି ଚଳିତ ବର୍ଷ ଜୁଲାଇ ୨୯ ତାରିଖ ରାୟ ଶୁଣାଇଥିଲେ । ନିଜୟ ରାୟରେ କୋର୍ଟ ୨ସପ୍ତାହ ମଧ୍ୟରେ ପୂର୍ବରୁ ଦିଆଯାଇଥିବା ବିଭାଗୀୟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଏସପିଏଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଭଦ୍ରକ ଏସପିଏ ପୌର ନିର୍ବାହୀ ଅଧିକାରୀଙ୍କୁ ନିଜ ପତ୍ରାଙ୍କ ୧୪୬୭/୧୭.୮.୧୯ ମୂଳେ ଓଡ଼ିଶା ଟାଉନ ପ୍ଲାନିଂ ନିୟମ ଅନୁଯାୟୀ କେବଳ ଜରିମାନା କରିବାର କ୍ଷମତା ତାଙ୍କର ରହିଛି ଓ ବେଆଇନ ନିର୍ମାଣ ବନ୍ଦ ପ୍ରସଙ୍ଗରେ ପୌର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ପତ୍ର ଲେଖି ଚୁପ ବସିଯାଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଇତିମଧ୍ୟରେ ୨ମାସ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନି । ତେବେ ପୌର ପ୍ରଶାସକ ତଥା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
ସାଳନ୍ଦୀରେ ନିଖୋଜ୍ ଯୁବକର ମୃତଦେହ ଉଦ୍ଧାର
Laxmikanta Nath 2019-09-19 20:44:25
ଭଦ୍ରକ,୧୯/୦୯: ବୁଧବାର ରାତିରେ ସାଳନ୍ଦୀ ନଦୀରେ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଯୁବକଜଣକ ହେଲେ ବଡ଼ଶଙ୍କର ପୁର ଗ୍ରାରମ ଗୋବିନ୍ଦ ରାଉତ୍ଙ୍କ ପୁତ୍ର ରାଜେଶ(୨୪) ଗତକାଲି ସକାଳେ ଘରୁ ସେ ମାଛ ଧରିକାବୁ ଆସି ସାଳନ୍ଦୀ ନଦୀର ବଙ୍କବାସୁଦେବପୁର ଘାଟରେ ପହଞ୍ିଥିଲେ । ଅପରାହ୍ନ ପର୍ଯର୍୍ୟନ୍ତ ସେ ମାଛ ମାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ରାତିରେ ସେ ଘରକୁ ନଫେରିବାରୁ ଘର ଲୋକ ଆସି ରାଜେଶକୁ ଖୋଜାଖୋଜି କରିଥିଲେ । ନଦୀକୂଳରେ ରାଜେଶର ବୁଟ, ଜିନ୍ସ ପ୍ୟାଣ୍ଟ ଓ ସାର୍ଟ, ପର୍ସ, ମୋବାଇଲ ପଡ଼ି ରହିଥିବା ଦେଖିବାକୁ ମିଳିବା ପରେ ସହରାଞ୍ଚଳ ଥାନାଧିକାରିଣୀ ପୁଲିସ ଫୋର୍ସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରାଜେଶଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ତେବେ ଆଜି ସକାଳେ ରାଜେଶଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ କରାଇବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସତ୍ୟମ ଡିଷ୍ଟ୍ରିବ୍ୟୁଟର ୨୬ତମ ବାର୍ଷିକ ଉତ୍ସବ
Laxmikanta Nath 2019-09-19 20:25:53
ଭଦ୍ରକ,୧୯/୦୯: ଭଦ୍ରକ ସତ୍ୟମ ଡିଷ୍ଟ୍ରିବ୍ୟୁଟର ୨୬ତମ ବାର୍ଷିକ ଉତ୍ସବ ଓ ରୁଚି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୁଚି ସ୍ପାଇସର ନିର୍ଦ୍ଦେଶକ ଅରବିନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ଆଜିର ବ୍ୟବସାୟ ଓ ସଫଳ ବ୍ୟବସାୟୀଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ସୁବାଣିଜ୍ୟ ସମ୍ପର୍କ ବଜାୟ ରଖିବା ପାଇଁ ବ୍ୟବସାୟିକ ଓ ସତ୍ୟମ୍ ଡିଷ୍ଟ୍ରିବ୍ୟୁଟର ର ସାଧୁତା ଓ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଫଳ ବ୍ୟବସାୟୀ ଗୋବିନ୍ଦ ଚନ୍ଦ୍ର ମଲିକ, ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ, ବଂଶୀ ବାଦକ ସୁରେଶ ଜେନାଙ୍କୁ ସତ୍ୟମ୍ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ସତ୍ୟମ୍ ଡିଷ୍ଟ୍ରିବ୍ୟୁଟର ପରିଚାଳକ ନିମାନନ୍ଦ ସାହୁ ଓ ରାଜଶ୍ରୀ ପ୍ରିୟଦର୍ଶନୀ ସାହୁ ପରିଚାଳନା କରିଥିଲେ । ପରିଶେଷରେ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ, କଣ୍ଠଶିଳ୍ପୀ ରାମ ନାରାୟଣ ମହାନ୍ତି, ଗୌତମ କୁମାର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ।
ବିଜୁ ଯୁବ ବାହିନୀ ଦ୍ୱାରା ‘ସବୁଜ ବନାନୀ’ କାର୍ଯ୍ୟକ୍ରମ
Laxmikanta Nath 2019-09-19 20:25:17
ଭଦ୍ରକ,୧୯/୦୯: ଭଦ୍ରକ ବ୍ଲକସ୍ଥିତ ରାହାଞ୍ଜ ଗ୍ରାମ ପଂଚାୟତର ବିଜୁ ଯୁବ ବାହିନୀ ଦ୍ୱାରା ‘ସବୁଜ ବନାନୀ’ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ବିଜୁଯୁବ ବାହିନୀର ପ୍ରତ୍ୟେକ ସଭ୍ୟ ୨ଟି ଲେଖାଏଁ ଗଛ ନିଜ ଓ ଗ୍ରାମ ବାସୀଙ୍କ ଗୃହ ପରିସରରେ ଲଗାଇଥିଲେ । ଅଧିକରୁ ଅଧିକ ଗଛ କିପରି ବଞ୍ôଚବ ସେଥିପାଇଁ ବୃକ୍ଷବନ୍ଧୁ ମଧ୍ୟ ଚୟନ କରାଯାଇଥିଲା । ଏତଦ୍ ବ୍ୟତୀତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ସ୍କୁଲମାନଙ୍କର ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ନିଜ ପଞ୍ଚାୟତର ‘ସବୁଜ ବନାନୀ’ କରିବା ଲକ୍ଷ୍ୟରେ ବିଜୁଯୁବ ବାହିନୀର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା ଓ ସହଯୋଗ ମିଳୁଅଛି । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ନାୟକ, ରାହାଞ୍ଜ ପଂଚାୟତର ସରପଂଚ ପ୍ରାର୍ଥୀ ଉର୍ମିଳା ଜେନା, ସମିତି ସଭ୍ୟ ଅଭୟ ଦାସ, ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟଶିକ୍ଷକମାନେ ଏବଂ ବିଜୁ ଯୁବ ବାହିନୀର ସଭାପତି ମାମିନା ବଳ, ସମ୍ପାଦକ ରଂଚିତା ପରିଡା, କୋଷାଧ୍ୟକ୍ଷ କାର୍ତ୍ତିକ ମଣ୍ଡଳ, ବିଜୁ ଯୁବ ବାହିନୀର ଜିଲ୍ଲା ଯୁବକ ସଂଯୋଜକ ବିଶ୍ୱରଂଜନ ନାୟକ, ପ୍ରୋଗ୍ରାମ ଅଫିସର ପ୍ରଦୀପ କୁମାର, ଶଶିକାନ୍ତ ଘଡାଇ, ସଂଯୋଗ ବିଶ୍ୱଭୂଷଣ ବେହେରା, ବିଜୁ ଯୁବ ବାହିନର ସମସ୍ତ ସଭ୍ୟ ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଜରାଜିର୍ଣ୍ଣ ଅବସ୍ଥାରେ କାନ୍ତକବି ହାଇସ୍କୁଲ : ବିପଦଶଙ୍କୁଳ ଶ୍ରେଣୀଗୃହରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ
Laxmikanta Nath 2019-09-19 20:24:38
ଭଦ୍ରକ,୧୯/୦୯: ଓଡିଶାର ବରପୁତ୍ର ତଥା ଯଶସ୍ୱୀ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାଁରେ ନାମିତ ହୋଇଛି ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ବାହାଦଳପୁର ଠାରେ ୧୯୮୮ ମସିହାରେ ଏହି ବିଦ୍ୟାଳୟକୁ ସ୍ଥାପନ କରିବାରେ ପ୍ରମୁଖ ଭୁମିକା ନେଇଥିଲେ ଶିକ୍ଷାବିତ ଉମାକାନ୍ତ ନାୟକ । ଏହି ବିଦ୍ୟାଳୟଟି ବ୍ଳକ୍ ଗ୍ରାଣ୍ଟ ହାଇସ୍କୁଲ ଭାବେ ପରିଚାଳନା ହୋଇ ଆସୁଥିବାରୁ ସରକାରୀ ସାହର୍ଯ୍ୟ ସୁବିଧାରୁ ବଞ୍ିତ ହେଉଛନ୍ତି । ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩ଟିଶେଣ୍ରୀରେ ୨୦୦ଶହରୁ ଉଦ୍ଧ ର୍ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଜଣେ ପ୍ରଧାନ ଶିକ୍ଷକ ସମେତ ୫ଜଣ ଟ୍ରେଣ୍ଟ ଗ୍ରାଜୁଏଟ ଜଣେ ହିନ୍ଦି ଶିକ୍ଷକ, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନି ଜଣ ପିଅନକୁ ନେଇ ବିଦ୍ୟାଳୟଟି ଶିକ୍ଷାଦାନ ଦେଇଆସୁଛି । ଏହି ବିଦ୍ୟାଳୟଟି ବର୍ତ୍ତମାନ ଜରାରିର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟର ଛାତ ଓ କାନ୍ଥ ସହିତ ଚଟାଣ ମଧ୍ୟ ଫାଟି ଆଁ କରିଛି । ଏହି ବିପଦ ସଙ୍କୁଳ ଶେଣ୍ରୀ ଗୃହରେ ପିଲାମାନେ ପାଠ ପଢିବାକୁ ଭୟ ଲାଗୁଛି । ଶ୍ରେଣୀଗୃହର ଛାତରୁ ପାଣି ଗଳୁଥିବା ବେଳେ କାନ୍ଥସବୁ ଫାଟି ଆଁ କରିଛି । କେଉଁ ମୁହୂର୍ତ୍ତରେ ଯେ ଶ୍ରେଣୀଗୃହର ଛାତ ଭୁଷୁଡି ନ ପଡିବ ସେଥିନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଶଙ୍କା ମଧ୍ୟରେ ରହିଛନ୍ତି । ପ୍ରତିବର୍ଷ ଏହି ହାଇସ୍କୁଲର ମାଟ୍ରିକ ପରୀକ୍ଷା ଫଳାଫଳ ଉଚ୍ଚମାନର । ଏହି ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ସ୍କୁଲ ସ୍ଥାପିତ ହେବାର ୩୦ ବର୍ଷ ମଧ୍ୟରେ ଭଲ ଫଳାଫଳ ଦେଖାଇବା ସହିତ ସଂପ୍ରତି ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି । ମାତ୍ର ପରିତାପର ବିଷୟ ହେଉଛି ଏହି ହାଇସ୍କୁଲର ଉନ୍ନତି ଦିଗରେ ଜିଲ୍ଲା ଶିକ୍ଷା ପ୍ରଶାସନ କିମ୍ବା ସ୍ଥାନୀୟ ରାଜନେତା କେହି ହେଲେ ସାମାନ୍ୟ ଧ୍ୟାନ ଦେଇନାହାନ୍ତି । ଯାହା ଫଳରେ ସ୍କୁଲର ଭିତ୍ତିଭୂମି ଧିରେ ଧିରେ ଖରାପ ଆଡକୁ ଗତି କରୁଥିବା ଜଣାଯାଇଛି । ସ୍କୁଲର ନୂତନ ଗୃହ ନିର୍ମାଣ ଲାଗି ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀ ଓ ଡିପିସିଙ୍କୁ ଏ ସଂପର୍କରେ ଅବଗତ କରାଇ ନିରାଶ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ୱାର୍କ୍ସ ଡିପାର୍ଟମେଣ୍ଟର ମୁଖ୍ୟ ଯନ୍ତ୍ରୀ,ଭଦ୍ରକ ବିଧାୟକ ଓ ଚାଇଲ୍ଡ ଲାଇନର ନିର୍ଦ୍ଦେଶକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ କୌଣସି ସୁଫଳ ପାଇ ପାରିନାହାନ୍ତି । ସେହିପରି ସରକାରଙ୍କ ପକ୍ଷରୁ ଏହି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି କମ୍ପ୍ୟୁଟର ଯୋଗାଇ ଦିଆଯାଇଥିବା ବେଳେ ସ୍କୁଲ ପରିସରରେ ନୂତନ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇଥିଲା । ତେବେ ସ୍କୁଲର ପାଚେରୀ ନଥିବାରୁ ଟ୍ରାନ୍ସଫର୍ମରର ଭିତର ଭାଗରେ ଥିବା ଆବଶ୍ୟକ ଯନ୍ତ୍ରାଂଶକୁ ଦୁବୃର୍ତ୍ତ ମାନେ ଚୋରି କରି ନେଇଛନ୍ତି । ଫଳରେ ସ୍କୁଲରେ କମ୍ପ୍ୟୁଟରର ବ୍ୟବହାର ହୋଇପାରୁନି । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାଁରେ ପ୍ରତିଷ୍ଠିତ ରାଜ୍ୟର ଏକମାତ୍ର ହାଇସ୍କୁଲଟି ଏଭଳି ଶୋଚନୀୟ ଅବସ୍ଥା ମଧ୍ୟଦେଇ ଗତି କରୁଥିବା ବେଳେ ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ସ୍ୱଳ୍ପ ଅନୁଦାନ ପାଇ ପାଠ ପଢାଉଥିବା ଶିକ୍ଷକ ମାନେ ଯେ କି ଦୁର୍ଦ୍ଦଶା ଭୋଗ କରୁଥିବେ ତାହା ସହଜରେ ଅନୁମେୟ । କାନ୍ତକବିଙ୍କ ସ୍ମୃତିରକ୍ଷା ଦିଗରେ ରାଜ୍ୟ ସରକାର ଆଜି ଯାଏଁ ଉଦାସୀନ ମନୋଭାବ ପୋଷଣ କରି ଆସିଥିବା ବେଳେ ତାଙ୍କ ସ୍ମାରକୀ ଏହି ହାଇସ୍କୁଲ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ତାଙ୍କ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସ୍ତାନୀୟ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ପୌର ଦୋକାନ ଘର ପାଇବା ପାଇଁ ୮ମାସର ଅପେକ୍ଷା : ଦେଢ଼ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଅମାନତ ନେଇ ଚୁପ ବସିଛି ପୌର ପ୍ରଶାସନ
Laxmikanta Nath 2019-09-19 20:23:42
ଭଦ୍ରକ,୧୯/୦୯: ଭଦ୍ରକ ବନ୍ତ ଛକ ଠାରେ ପୌରରପାଳିକା ପକ୍ଷରୁ ସ୍ଥାପନ କରାଯାଇଥିବା ଦୋକାନ ଘର ଆବଣ୍ଟନ ନେଇ ନିଷ୍ପତ୍ତି ନେଇ ପାରୁନାହାନ୍ତି ପୌର କର୍ତ୍ତୃପକ୍ଷ । ଆବଣ୍ଟନ ପାଇଁ ୮ମାସ ପୂର୍ବେ ବିଜ୍ଞାପନ ପ୍ରକାଶ ପାଇଥିଲା । ସେତେବେଳେ ଯେଉଁମାନେ ଖଣ୍ଡେ ଦୋକାନ ଘର ପାଇବାକୁ ଆଶା ରଖି ନିୟାମାନୁଯାୟୀ ୨ଲକ୍ଷ ଟଙ୍କା ଲେଖାଏଁ ଜମା ଦେଇଥିଲେ, ସେମାନେ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ଏ ସମ୍ପର୍କରେ ଆବେଦନକାରୀମାନେ ବାରମ୍ବାର ପୌର ପ୍ରଶାସକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଆବଣ୍ଟନକୁ ନେଇ ପ୍ରଶାସନର କାଳକ୍ଷେପଣ ନୀତି ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ମାନସିକ ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲାପାଳ ଜ୍ଞାନ ଦାସ ଚଳିତ ସପ୍ତାହରେ ଏଥି ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । nଏଠାରେ ସୂଚନାଯୋଗ୍ୟ ବନ୍ତ ଛକ ଠାରେ ପୌରପାଳିକା ପକ୍ଷରୁ ୩୨ଟି ଦୋକାନ ଘର ନିର୍ମାଣ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀ ୧୮ତାରିଖ ପୌର ନିର୍ବାହୀ ଅଧିକାରୀ ଏକ ବିଜ୍ଞାପନ ଜରିଆରେ ଦୋକାନ ଘର ପାଇବା ପାଇଁ ଆଶାୟୀଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରିଥିଲେ । ଆବେଦନର ଶେଷ ତାରିଖ ୨୯ତାରିଖ ରହିଥିଲା । ତେବେ ପୌରପାଳିକା ୱେବସାଇଟ୍ରୁ ଆବେଦନପତ୍ର ଡ଼ାଉନଲୋଡ଼ କରି ପ୍ରାୟ ୩୮ଜଣ ଆଶାୟୀ ଏଥି ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ଆବେଦନ କରିବାର ସମସ୍ତ ସର୍ତ୍ତ ପାଳନ କରିନଥିବାରୁ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କର ଆବେଦନ ଫର୍ମ ଖାରଜ ହୋଇଯାଇଥିବାବେଳେ, ୧୨ଜଣଙ୍କ ଆବେଦନ ଫର୍ମ ବୈଧ ରହିଥିଲା । ପରେ ପୁଣି ଏକ ବିଜ୍ଞାପନ ଜରିଆରେ ଅବଶିଷ୍ଟ ଦୋକାନ ଘର ନିମନ୍ତେ ଆବେଦନପତ୍ର ଆହ୍ୱାନ କରିଥିଲେ ପୌର କର୍ତ୍ତୃପକ୍ଷ । ସେହି ଅନୁଯାୟୀ ୭୦ରୁ ଉଦ୍ଧ୍ୱର୍ ଆବେଦନକାରୀ ଏଥି ପାଇଁ ଆବେଦନ କରିଥିଲେ । ତେବେ ଇତିମଧ୍ୟରେ ୮ମାସ ବିତିବାକୁ ବସିଛି । ପ୍ରାୟ ୧ଶରୁ ଉଦ୍ଧ୍ୱର୍ ଆବଦେନକାରୀ ପ୍ରତ୍ୟେକ ୨ଲକ୍ଷ ଟଙ୍କାର ବ୍ୟାଙ୍କ ଡ଼୍ରାଫ୍ଟ ସିକ୍ୟୁରିଟି ଆକାରରେ ଜମା ଦେଇ ପୌର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଅନାଇ ବସିଛନ୍ତି । ଏହି ପରିପ୍ରେକ୍ଷୀରେ ଆବେଦନ କରିଥିବା ଅପର୍ତ୍ତିବନ୍ଧାର ନିଶିକାନ୍ତ ନାୟକ, ସନ୍ଥିଆ ଗ୍ରାମର ଆଲୋକ ସାହୁ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦେକାନ ଘର ଆବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏଥି ନେଇ ସେମାନେ ବହୁବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ତେଣୁ ଅଧିକ ବିଳମ୍ବ ହେଲେ ବାଧ୍ୟହୋଇ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଶ୍ରୀ ନାୟକ ଓ ଶ୍ରୀ ସାହୁ କରିଥିବା ଅଭିଯୋଗ ଅନୁଯାୟୀ ପୌର କର୍ତ୍ଥୃପକ୍ଷ ଦୋକାନ ଘର ଆବଣ୍ଟନ ପାଇଁ କେତେକ ସର୍ତ୍ତ ରଖିଥିଲେ । ଆବେଦନକାରୀମାନେ ମଧ୍ୟ ଉକ୍ତ ସର୍ତ୍ତକୁ ମାନିବା ପାଇଁ ଆବେଦନଫର୍ମ ସହିତ ସତ୍ୟପାଠ ଦାଖଲ କରିଥିଲେ । ସର୍ତ୍ତ ଅନୁଯାୟୀ ଯଦି ଦେକାନ ଘର ସଂଖ୍ୟା ଠାରୁ ଅଧିକ ଆବଦେନଫର୍ମ ଆସେ ତେବେ ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ମନୋନିତ କରାଯିବ ବୋଲି ସର୍ତ୍ତରେ ଉଲ୍ଲେଖ ଥିଲା । ଯଦି ନିର୍ଦ୍ଧାରିତ ସମୟରେ ଘର ସଂଖ୍ୟାଠାରୁ କମ୍ ବ୍ୟକ୍ତି ଆବେଦନ କରିଥାନ୍ତି, ତେବେ ବିନା ଲଟେରୀରେ ସେମାନଙ୍କୁ ଘର ଯୋଗାଇ ଦିଆଯିବ । ଅବଶିଷ୍ଟ ଘରର ଆବଣ୍ଟନ ପାଇଁ ପୌର କର୍ତ୍ତୃପକ୍ଷ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଉକ୍ତ ବିଜ୍ଞାପନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା । ତେଣୁ ଆବେଦନର ନିର୍ଦ୍ଧାରିତ ସମୟ ଅର୍ଥାତ୍ ଜାନୁଆରୀ ୨୯ ତାରିଖ ସୁଦ୍ଧା ଯେଉଁ ୧୨ଜଣ ଆବେଦନକାରୀଙ୍କ ଫର୍ମ ବୈଧ ରହିଛି, ସେମାନଙ୍କୁ ଦୋକାନ ଘର ଆବଣ୍ଟନରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆବେଦନକାରୀଙ୍କ ଠାରୁ ପାଖାପାଖି ଦେଢ଼ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅମାନତ ରାଶୀ ନେଇ ପୌର କର୍ତ୍ତୃପକ୍ଷ ଗତ ୮ମାସ ଧରି କାହିଁକି ନୀରବ ବସିଛନ୍ତି ବୋଲି ମଧ୍ୟ ବହୁ ଅବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଚଳିତ ସପ୍ତାହରେ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୌର ପ୍ରଶାସକ ତଥା ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି ।
ଲୋକକଳାକୁ ଉଜ୍ଜିବୀତ କରିପାରିଛି ଘୋଡାନାଚ
Laxmikanta Nath 2019-09-19 20:23:05
ଭଦ୍ରକ,୧୯/୦୯: ଲୋକକଳା ଓଡିଶା ପ୍ରାଣରେ ଯେଉଁ ପ୍ରାଚୀନ ପରମ୍ପରା ସଂସ୍କୃତି ପ୍ରତି ନିଷ୍ଠା ଓ ଆଗ୍ରହ ରହିଛି ତାହା ଓଡିଶାର ଲୋକକଳାକୁ ବଞ୍ଚାଇ ରଖିଛି- କିନ୍ତୁ ଆଧୁନିକ ସଭ୍ୟତାର ବିଶୃଙ୍ଖଳିତ ଦ୍ୱାରା ଓ ପାଶ୍ଚାତ୍ୟ ସଭ୍ୟତାର ଅବାଞ୍ôଛତ ପ୍ରବେଶ ଆମର ନିଜସ୍ୱ କଳା ସଂସ୍କୃତିକୁ ବିକୃତ କରୁଛି ଏବଂ ଶହ ଶହ ବର୍ଷଧରି ଏହି ଲୋକକଳା ଧିରେ ଧିରେ ପତନାଭିମୁଖୀ ହେବାକୁ ଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ଏକ ପରମ୍ପରା ଲୋକକଳା କାହିଁ କେଉଁ କାଳରୁ ସୁପ୍ତ ଅବସ୍ଥାରେ ଥିବାବେଳେ ନୃତ୍ୟ ଗୀତ ସମ୍ପର୍ଣ୍ଣ ଲୋକକଳାର ପୁନରୁଦ୍ଧାର ନିମନ୍ତେ ପ୍ରଚାର ପ୍ରସାର କରିବା ପାଇଁ ୨୦୧୨ରୁ ଆରମ୍ଭ ହୋଇଥିବା ନିର୍ଦ୍ଦେଶକ ନରେନ୍ଦ୍ର ପ୍ରସାଦ ପରିଡାଙ୍କ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକର କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେଉଛି । ଲୋକକଳା, ଲୋକ ସଂଗୀତ ଉପରେ ଆଧାରିତ ଘୋଡାନାଚ ନଟରାଜ ସାଂସ୍କୃତିକ ଅନୁଷ୍ଠାନର କଳାକାର ପ୍ରଦୀପ କୁମାର ବେହେରା, ଭବେଶ କୁମାର ସାହୁ, ଅଲେଖ ମଲ୍ଲିକ, ଅମୂଲ୍ୟ ମଲ୍ଲିକ, ରଶ୍ମୀ ସେଠୀ, ଲିପ୍ସା ଚୌଧୁରୀ, ଚଢ଼େଇ ମଣ୍ଡଳ ଓ ବାବୁ ମଣ୍ଡଳ ପ୍ରମୁଖ ପରିବେଷଣ କରୁଛନ୍ତି । ଏହି ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଓଡିଶାର ରାଜଧାନୀ ଭୁବନେଶ୍ୱର, ବାରିପଦା, ରେମୁଣା, ପୁରୀ, ଭଦ୍ରକ, ବାଲେଶ୍ୱର, ଲକ୍ଷେ୍ନø ଠାରେ ଘୋଡାନାଚ କରି ଲକ୍ଷେ୍ନøର ରାଜ୍ୟପାଳଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ।ପୁରାଣ ବର୍ଣ୍ଣିତ ବହୁ ପୂର୍ବେ ପ୍ରାଚୀନ କୈବର୍ତ୍ତ୍ୟ ପୁରାଣରେ ଏହି କୀର୍ତ୍ତି ଗୀତିକାହାଣୀ ଲିଖିତ । ଯାହା ତତ୍କାଳିନ କୈବର୍ତ୍ତ୍ୟମାନେ ଚୈତ୍ର ପୂର୍ଣ୍ଣିମାକୁ ମୁଖ୍ୟ ପର୍ବ ଭାବରେ ପାଳନ କରି ଆସୁଛନ୍ତି । ସେହିଦିନ ମା’ ବାସୁଳୀଙ୍କ ନାମରେ ପୂଜା କରାଯାଇ ଘୋଡା ପୂଜା କରାଯାଇଥାଏ ।ପୁରାଣ ବର୍ଣ୍ଣିତ ମୁକତି ଦାୟକ ବ୍ରହ୍ମାଣ୍ଡ ନାୟକ ବ୍ରହ୍ମଲୋକ ଛାଡି କାୟା ବିସ୍ତାର କରି ସମୁଦ୍ର ମଧ୍ୟରେ କଳ୍ପବଟ ମୂଳେ ଯୋଗରେ ଶୟନ କରନ୍ତି-ବୃକ୍ଷମୂଳେ ପ୍ରଭୁଙ୍କ ଶୟନ, ମାନବ ସଦୃଶ ଦେଖା ଯାଆନ୍ତି । ଠିକ୍ ଏହି ସମୟରେ ରାଘବ ଆସି ଦେଖେ ତାର ଉପଯୁକ୍ତ ଖାଦ୍ୟ ମିଳିଯାଇଛି । କାଳବିଳମ୍ବ ନକରି ରାଘବ ଗିଳିଦିଏ ।ଯୋଗବଳେ ନାରାୟଣ ଜାଣିପାରି ମୀନ ଅବତାରରେ ରାଘବକୁ ମାରି ଉଦ୍ଧାର କରି ହସ୍ତରେ ତୃଣ ଧରାଇ, ଏହି ତୃଣକୁ ଜାଲବୁଣି ମିନ ମାରିବୁ କହି ଜଳ ମଧ୍ୟକୁ ଫୋପାଡି ଦିଅନ୍ତେ । ସେହି ଠାରୁ ନାମ ହେଲା ତାଙ୍କର ଦାସ- ମାତା ହେଲେ ଜଳ- ପିତା ହେଲେ ବିଷ୍ଣୁ । ବଟ ବୃକ୍ଷଙ୍କ ନିର୍ଦ୍ଦେଶରେ ନାବ ବାହିବାକୁ ଗଲେ, ସମୁଦ୍ର ତଟରେ ଦେଖିଲେ ଏକ ଦିବ୍ୟଜ୍ୟୋତି ସମ୍ପର୍ଣ୍ଣ ଅଶ୍ୱ । ସେ ଅଶ୍ୱର ନାମ ଅଶ୍ୱିନୀ ବାଶୋଳି- ମସ୍ତକରେ ବାସୋଳି, କର୍ଣ୍ଣରେ ପାପ ପୂଣ୍ୟ, ପାଦରେ ସମସ୍ତ ନକ୍ଷତ୍ର ରୁମାବଳି, ଲାଞ୍ଜରେ ଶପ୍ତ ବଂଶଯୋଗ, ନୟନରେ ଚନ୍ଦ୍ର-ସୂର୍ଯ୍ୟ, ଜୀଭରେ କାଳିକା, ନାକରେ ବାହୁବରଣ, ସଖେ ଏଗାର କରଣ, ବାରଲଗ୍ନ ମିଶି ହୋଇଛି ଘୋଡା ରାସି ।ଅତି ଆନନ୍ଦିତ ହୋଇ ଦାସ ଭକ୍ତି ଭାବପୂର୍ଣ୍ଣ କଣ୍ଠରେ କହିଦେଲେ ଅଶ୍ୱିନୀ ବାଶୋଳି, ଅଶ୍ୱ କହିଲା, ହେ ଦାସ, ତମେ ଏଇ ସମୁଦ୍ର ତଟର ରାଜା ହେବ । ତମ ସମକକ୍ଷ୍ୟ ବୀର କେହି ହୋଇ ପାରିବେ ନାହିଁ । ସେହି ଦିନଠାରୁ ସମୁଦ୍ର ତଟକୁ ଯେତେ ଯୋଦ୍ଧାମାନେ ଆସନ୍ତି, ସମସ୍ତଙ୍କୁ ପରାସ୍ତ କରି ସେମାନଙ୍କର ଅସ୍ତ୍ରଶସ୍ତ୍ର, ଢ଼ାଲ, ତରୁଆଲ ଛଡାଇ ରଖନ୍ତି । ସମୁଦ୍ର ତଟର ଦାସ ରାଜା ନାମରେ ନାମିତ ହେଲେ ।ଦାସ ରାଜାଙ୍କ ଅନ୍ତେ, ନିଜ କୈବର୍ତ୍ତ୍ୟ ଦାସ ରାଜା ହୁଅନ୍ତେ । ଦାସୀପୁତ୍ର ଇର୍ଷା ପରାୟଣ ହୋଇ ଦାସ ସଂଗେ ଶତ୍ରୁତା କରି କୌଶଳ କ୍ରମେ ଅଶ୍ୱକୁ ମାରି ଖଣ୍ଡ ଖଣ୍ଡ କରି ସମୁଦ୍ର ଗର୍ଭକୁ ଫୋପାଡି ଦିଅନ୍ତେ, କିନ୍ତୁତ ବିଧିର ବିଧାନ ଅଲଗା, ସମସ୍ତ ଶରୀର ସମୁଦ୍ର କୂଳରେ ଲାଗେ । ଅଶ୍ୱର ଗଣ୍ଡି ମଝି ଶୀରାକୁ ଶିଅଳିଆ ନେଇ କଟୁରୀ ଏବଂ ଅନ୍ୟ ଯନ୍ତ୍ର ଗଢ଼େ, କୁମ୍ଭାର ପଛପଟେ ହାଡ ଖଣ୍ଡ ନେଇ ହାଣ୍ଡି ଗଢ଼େ । ନିହାରୀ ଲାଞ୍ଚକୁ ନେଇ ଚୁଡା ଭଜା କଞ୍ôଚ ଗଢ଼େ, ଏହିପରି କେତେ ଅଂଶ କିଏ ନିଅନ୍ତି ଯତ୍ କିଞ୍ôଚତ ସଂଗୃହିତ ପୋଥିରୁ ଯାହା ମିଳିଛି ତାର ବର୍ଣ୍ଣନା କଲୁ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
Laxmikanta Nath 2019-09-19 20:22:29
ଭଦ୍ରକ,୧୯/୦୯: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଏହାର ସୁଫଳ ଦେଖିବାକୁ ମିଳୁନି । ପରିମଳ ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ବର୍ଷ ଧରି ଏହି ବ୍ୟବସ୍ଥା ଏକ ଠିକା ସଂସ୍ଥା ହାତରେ ନ୍ୟସ୍ତ ରହିଛି । ଉକ୍ତ ସଂସ୍ଥା ପ୍ରାୟ ୬୦ରୁ ଉଦ୍ଧ୍ୱର୍ କମଚାରୀଙ୍କୁ ଏହି କ୍ଷେତ୍ରରେ ନିଯୁକ୍ତି ଦେଇଛି । ସେମାନଙ୍କ ଉପରେ ନଜର ରଖିବାକୁ ୩ଜଣ ସୁପରଭାଇଜରଙ୍କୁ ମଧ୍ୟ ଉକ୍ତ ସଂସ୍ଥା ନିଯୁକ୍ତି ଦେଇଛି । ଏହା ସତ୍ତେ୍ୱ ଜିଲ୍ଲା ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଉଭୟ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚିକିତ୍ସାଳୟ ପରିସରକୁ ଠିକ ଭାବରେ ସଫା କରାଯାଉନଥିବାରୁ ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ବିଶେଷକରି ପୋଷ୍ଟମର୍ଟମ ଗୃହ ସନ୍ନିକଟ ଅଞ୍ଚଳ, ଭେଷଜ ବିଭାଗ, ସ୍ତ୍ରୀ ରୋଗ ବିଭାଗ, ଟ୍ରମା ସେଣ୍ଟର ଆଖପାଖ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହା ବ୍ୟତୀତ ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ରେ ଥିବା ପାଇଖାନା ଓ ଗାଧୁଆ ଘରର ଶୋଚନୀୟ ଅବସ୍ଥା ପରିମଳ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି । ଅଧିକାଂଶ ରୋଗୀଙ୍କ ସମ୍ପର୍କୀୟ ୱାର୍ଡ଼ ମଧ୍ୟରେ ଥିବା ପାଇଖାନା ଓ ଗାଧୁଆଘର ବ୍ୟବହାର କରୁ ନାହାନ୍ତି । ଫିନାଇଲ ଟୋପୋଏ କିମ୍ବା ବ୍ଲିଚିଂ ପାଉଡ଼ର ପକାଇବାକୁ ସଫେଇ କର୍ମଚାରୀ ଭୁଲିଯାଉଛନ୍ତି । ତେଣୁ ଦୀର୍ଘ ଦିନରୁ ଲାଗି ରହିଥିବା ଏପରି ଅବସ୍ଥା ପାଇଁ ବାଧ୍ୟ ହୋଇ ଜିଲ୍ଲା ଚିକିତ୍ସାଳୟ ପରିସରରେ ଘରୋଇ ମାଲିକାନାରେ ଥିବା ଏକ ସୁଲଭ ଶୌଚାଳୟକୁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ସଫେଇ କର୍ମଚାରୀଙ୍କ ଉପରେ ସଂପୃକ୍ତ ଠିକା ସଂସ୍ଥାର କୌଣସି ନିୟନ୍ତ୍ରଣ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ନିୟୋଜିତ କର୍ମଚାରୀମାନଙ୍କ ନିକଟରେ ସଂପୃକ୍ତ ଠିକା ସଂସ୍ଥାର ବହୁ ଦୋଷ ଦୁର୍ବଳତାର ପ୍ରମାଣ ଥିବାରୁ ଓ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ପ୍ରଶାସନ ଅବଗତ ଥିବାରୁ ଏହି ସଂସ୍ଥା କର୍ମଚାରୀଙ୍କ ଉପରୁ ନିୟନ୍ତ୍ରଣ ହରାଇଥିବା ଚର୍ଚ୍ଚା ହେଉଛି । କର୍ମଚାରୀଙ୍କ ଇନକ୍ରିମେଣ୍ଟ, ଇପିଏଫ ଜମା ରାଶୀକୁ ନେଇ ବହୁ ସମୟରେ କର୍ମଚାରୀ ଓ ଉକ୍ତ ଠିକା ସଂସ୍ଥା ମୁହାଁମୁହିଁ ଅବସ୍ଥାକୁ ଆସୁଥିବା ଜଣାପଡ଼ିଛି । ଉକ୍ତ ସଂସ୍ଥା କର୍ମଚାରୀଙ୍କୁ ଦୀର୍ଘ ବର୍ଷ ଧରି ଶୋଷଣ କରିଆସୁଥିବା ବହୁ କର୍ମଚାରୀ ଅଭିଯୋଗ କରିଛନ୍ତି । ଏପରିପ୍ରେକ୍ଷୀରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦୋଷ ବାଛିବାର ନୈତିକତା ହରାଇ ବସିଛି ଏହି ଠିକା ସଂସ୍ଥା । ତେଣୁ ଜିଲ୍ଲା ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
ବିବାଦ ଘେରରେ ଇରମ ଶହୀଦମାନଙ୍କ ଶ୍ରାଦ୍ଧ ଉତ୍ସବ : ଜିଲ୍ଲା ପ୍ରଶାସନ ନିଷ୍ପତି ଉପରେ ନଜର
Laxmikanta Nath 2019-09-19 20:21:46
ଭଦ୍ରକ,୧୯/୦୯: ରାଜନୈତିକ ଫାଇଦା ହେଉ ଅଥବା ସାଂପ୍ରତିକ ଦ୍ୱିଧା । ତ୍ରୀଶଙ୍କୁ ପରିବେଶରେ ଶହୀଦମାନଙ୍କ ତିଳ ତର୍ପଣ ଉତ୍ସବ । ଯାହା ଶହୀଦମାନଙ୍କ ପାଇଁ ନୁହଁ ପରନ୍ତୁ ରାଜନୈତିକ ପ୍ରଭାବର ଅନ୍ତରାଳେ ଆଣିଛି ଭିନ୍ନ ଏକ ପରିକଳ୍ପନା । ସଂଗ୍ରାମୀମାନଙ୍କ ଜାତୀୟତାବୋଧକୁ ନେଇ ବଳୀଦାନ, ଏହି ମାଟି ପାଇଁ ଗର୍ବ ଗୈାରବ ଆଣିଦେଇଥିବା ବେଳେ ସାଂପ୍ରତିକ ପରିଭାଷା ଭାବନାରେ ଭରିଦେଇଛି କାଳକୁଟ ବିଷ । ପ୍ରଶାସନର ନିଷ୍ପତି ଉପରେ ରହିଛି ସଭିଙ୍କ ନଜର । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସମନ୍ୱୟ ବୈଠକ । ଚଳିତ ମାସ ୨୮ ତାରିଖରେ ଶହୀଦମାନଙ୍କ ଉଦେଶ୍ୟରେ ଇରମ ଠାରେ ଅନୁଷ୍ଠିତ ହେବାକୁ ଥିବା ତିଳ ତର୍ପଣ ଉତ୍ସବକୁ ନେଇ ଗୋଷ୍ଠୀ ବିବାଦ ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ସମନ୍ୱୟ ରକ୍ଷା ପାଇଁ ଆୟୋଜିତ ବୈଠକ ବାସୁଦେବପୁର ପଂଚାୟତ ସମିତି ସଭା ଗୃହରେ ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାସୁଦେବପୁର ଥାନାଧିକାରିଣୀ ମଧୁମିତା ମହାନ୍ତି, ବିଧାୟକଙ୍କ ପ୍ରତିନିଧୀ ଅସିତ ଦାଶ, ଜିପିଓ ଅଶୋକ ଦାଶ,ଇରମ ସରପଂଚ ପ୍ରଫୁଲ୍ଲ ବିଶ୍ୱାଳ, ପଢୁଆଁ ସରପଂଚ ଦୀନବନ୍ଧୁ ଦାସ, ଜଗନ୍ନାଥପୁର ସରପଂଚ ଯଦୁନାଥ ନାୟକ, ଅଢୁଆଁ ସରପଂଚ ଗିରିଶଚନ୍ଦ୍ର ସାମଲ, କୁମାରପୁର ସରପଂଚ ମଂଜୁଲତା ପଣ୍ଡା,ଭ୍ରମରବର ମଳିକ,ଅଗଣା ଯେନା,ସନାତନ ମହାନ୍ତି, ଅମର ପଣ୍ଡ. ଅନିରୁଦ୍ଧ ମଳିକପ୍ରମୁଖଙ୍କ ସମେତ ଜନପ୍ରତିନିଧୀ ଓ ସମାଜସେବୀ ଉପସ୍ଥିତ ଥିଲେ । ଏହି ବୈଠକରେ ପ୍ରଶାସନ ପକ୍ଷରୁ ଇରମ ଠାରେ ତିଳ ତର୍ପଣ ଦିବସ ପାଳିତ ହେବାକୁ ସର୍ବସମ୍ମତିକ୍ରମେ ନିଆଯାଇଛି । ଅପରପକ୍ଷରେ ଶହୀଦ ସ୍ମୃତି କମିଟି ଶ୍ରା୍ଦ୍ଧ ଦିବସ ପାଳନ କରିଆସୁଥିଲା , ଆଗାମୀ ଦିନରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ସଭାପତି ପ୍ରଫେସର ଭାଗିରଥୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେସୂଚନା ଦିଆଯାଇପାରେ, ପ୍ରଶାସନ ପକ୍ଷରୁ ନୋଟିସ ଜାରୀ ହେବା ପରେ ପ୍ରଶାସନର ନିର୍ଦ୍ଦେଶରେ ନୁହେଁ ବରଂ ସମୟ ସୁବିଧା ମୁତାବକ କମିଟି କୈାଣସି ଆଲେଚନାରେ ଅଂଶ ଗ୍ରଣ କରିପାରେ ବୋଲି ଶହୀଦ ସ୍ମୃତି କମିଟି ତାର ପ୍ରତିକ୍ରୀୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୋଟିଏ ପକ୍ଷରେ ପ୍ରଶାସନ ଅନ୍ୟପକ୍ଷରେ ଶହୀଦ ସ୍ମୃତି କମିଟି ନିଜ ନିଜର ବିଚାରବିମର୍ଷ କରିବାରେ ଲାଗିପଡିଛନ୍ତି । ଆଗାମୀ ଦିନରେ ଏହା କେଉଁ ଆଡକୁ ଗତି କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।
ଭଦ୍ରକ ,ଉତ୍ତେଜନାକାରୀମାନଙ୍କୁ ଗିରଫ ଦାବିରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
Laxmikanta Nath 2019-09-19 20:21:04
ଭଦ୍ରକ,୧୯/୦୯: ତିନିଦିନଧରି ଭଦ୍ରକ ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ଅଧିକ ଘନୀଭୂତ ହେବାରେ ଲାଗିଛି । ଗତ ତା ୧୬ତାରିଖରେ ପୁଲିସ ଓ ସଂଖ୍ୟାଲଘୁ ସମ୍ପ୍ରଦାନ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପ୍ରଶମିତ ହେବାର ନାଁ ଧରୁନାହିଁ । ରାସ୍ତା ଉପରେ ଗାଡି ହଟେଇବା ପାଇଁ ପୁଲିସର ଉଦ୍ୟମକୁ ବିରୋଧ କରି ଶତାଧିକ ସଂଖ୍ୟାଳଘୁ ସମ୍ପ୍ରଦାୟର ଲୋକ ଥାନା ଘେରାଉ କରିବା ସହିତ ପୁଲିସ ଉପରକୁ ଢେଲା ପଥରମାଡ କରିଥିଲେ । ଏହି ଘଟଣାର ତଦନ୍ତ ପୂର୍ବରୁ ୩ଜଣ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୋଷୀ ମାନଙ୍କୁ ଗିରଫ କରାଯାଇ ନଥିବା ପ୍ରତିବାଦରେ ଭଦ୍ରକ ସହରର ବୁଦ୍ଧିଜୀବି, ବିଭନ୍ନ ଆଧ୍ୟାତ୍ମୀକ ସଂଗଠନର ମୁଖ୍ୟ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ବିଶ୍ୱହିନ୍ଦୁ ପରିଷଦ ମାଧ୍ୟମରେ ସମସ୍ତେ ଏକଜୁଟ ହୋଇ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପତ୍ର ଦେଇଛନ୍ତି । ଉପଦ୍ରବକାରୀ ତଥା ଢାଲା ପଥରମାଡ ଭିଡ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଥାନା ଘେରାଉ, ପଥରମାଡ, ରାସ୍ତା ଅବରୋଧକାରୀ ଓ ସହରରେ ଶାନ୍ତିଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନା, ପ୍ରଦ୍ୟୁମ୍ନ ଶତପଥି, ବଜରଙ୍ଗ ଦଳର ସ୍ୱାଧିନ ସୁନ୍ଦର ଦାସ, ଭାଗବତ ବାରିକ, ନିରଞ୍ଜନ ସାହୁ, କୈଳାସ ଦାସ, ପୁନିଲ ସାମଲ, ଦେବାଶିଷ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳଯାଇ ଆରକ୍ଷିଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା, ପୁଲିସ ମହାନିର୍ଦ୍ଦେଶକ, ଉପ-ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
शाहपुर प्रखंड के बाढ़ प्रभावित क्षेत्र का जायजा लेते जिलाधिकारी
Rama Shanker Prasad 2019-09-19 20:00:46
आरा, 19 सितंबर 2019, (आरएनआई)। जिलाधिकारी श्री रोशन कुशवाहा ने शाहपुर प्रखंड के बाढ़ प्रभावित क्षेत्र का दौरा कर तैयारी का जायजा लिया तथा लोगों से भेंट कर हर संभव मदद का भरोसा दिया। शाहपुर प्रखंड अंतर्गत पंचायतवार अधिकारियों एवं कर्मियों की प्रतिनियुक्ति कर उन्हें प्रभावित परिवारों से लगातार संपर्क बनाए रखने तथा उन्हें हर संभव मदद पहुंचाने हेतु सक्रिय एवं तत्पर रहने का निर्देश दिया है। उन्होंने जिलास्तरीय अधिकारियों की भी पंचायतवार प्रतिनियुक्ति कर सतत एवं प्रभावी मॉनिटरिंग का निर्देश दिया है। इन कार्यों के सफल एवं प्रभावी कार्यान्वयन सुनिश्चित कराने हेतु जिलाधिकारी ने प्रखंड कार्यालय में प्रतिनियुक्त अधिकारियों एवं कर्मियों के साथ बैठक की तथा जनप्रतिनिधियों के साथ अलग से बैठक कर क्षेत्र की समस्याओं से संबंधित फीडबैक प्राप्त किया तथा हर संभव मदद का भरोसा दिया।अपर समाहर्ता से श्री कुमार मंगलम एवं अनुमंडल पदाधिकारी जगदीशपुर श्री अरुण कुमार को जल स्तर की वृद्धि पर सूक्ष्मता से नजर रखने तथा प्रभावित परिवारों से संपर्क बनाए रखते हुए क्षेत्र में तैनात अधिकारियों एवं कर्मियों की उपस्थिति तथा उनके कार्यों की प्रभावी मॉनिटरिंग का निर्देश दिया है। शाहपुर प्रखंड अंतर्गत 15 डॉक्टरों की टीम की तैनाती की गई है जिन्हें आवश्यक एवं पर्याप्त दवा एवं एंबुलेंस के साथ प्रभावित क्षेत्र में भ्रमणशील रहने का निर्देश दिया है तथा उन्हें गर्भवती माताओं नवजात, शिशुओं, महिलाओं, वृद्धजनों एवं बच्चों के स्वास्थ्य एवं चिकित्सा के प्रति सजग एवं तत्पर रहने का निर्देश दिया गया है। इसके अतिरिक्त एक वाटर एंबुलेंस कार्यरत है जिसमें पर्याप्त दवा के साथ डॉक्टर ,एएनएम एवं कंपाउंडर की टीम सतत रूप से प्रभावित क्षेत्र में कार्यरत है। एनडीआरएफ की टीम भी स्थानीय अधिकारियों के साथ प्रभावित क्षेत्र में लगातार लोगों की सेवा हेतु सक्रिय एवं तत्पर है। जिलाधिकारी ने प्रभावित क्षेत्र के लोगों के सहायतार्थ लालू के डेरा तथा गौरा मे कैंप कार्यालय कार्यरत है जहां पर स्थानीय अधिकारी एवं कर्मी तथा डॉक्टरों की टीम मुस्तैद है। सभी अधिकारियों एवं कर्मियों को क्षेत्र में बने रहने तथा मुख्यालय नहीं छोड़ने का निर्देश दिया गया है। क्षेत्र में प्रतिनियुक्त अधिकारियों एवं कर्मियों के आवासन हेतु करनामेपुर मध्य विद्यालय में व्यवस्था की गई है। जिलाधिकारी ने अपर समाहर्ता/अनुमंडल पदाधिकारी जगदीशपुर को संध्या बेला में प्रतिनियुक्त अधिकारियों एवं कर्मियों कि प्रतिदिन ब्रीफिंग करने का निर्देश दिया है। प्रखंड विकास पदाधिकारी शाहपुर को तत्काल 1200 पॉलिथीन शीट्स उपलब्ध है जिन्हें आवश्यकतानुसार उपयोग किया जाना है। क्षेत्र में 20 नाव कार्यरत हैं ।शाहपुर में भी प्रभावित परिवारों को आवश्यक सहयोग प्रदान करने हेतु नियंत्रण कक्ष की स्थापना की गई है जिसका दूरभाष संख्या 06182-282038 है। इस नंबर पर कोई भी व्यक्ति आवश्यक शिकायत दर्ज करा सकते हैं अथवा जानकारी प्राप्त कर सकते हैं। तीन पालियों में कर्मियों की प्रतिनियुक्ति की गई है तथा उन्हें पंजी संधारित करने तथा शिकायतों की इंट्री करने एवं निष्पादन करने तथा आवश्यक जानकारी उपलब्ध कराने का निर्देश दिया गया है। बुधवार को जिलाधिकारी ने लालू के डेरा दामोदरपुर बहोरनपुर आदि क्षेत्रों का भ्रमण कर स्थिति का जायजा लिया। जिलाधिकारी के साथ उप विकास आयुक्त श्री माधव कुमार सिंह ,अपर समाहर्ता श्री कुमार मंगलम, डायरेक्टर डीआरडीए श्री प्रमोद कुमार, अनुमंडल पदाधिकारी जगदीशपुर श्री अरुण कुमार ,जिला शिक्षा पदाधिकारी श्री कौशल किशोर सहित कई जिला स्तरीय एवं स्थानीय अधिकारी एवं कर्मी उपस्थित थे।

Top Stories

Home | Privacy Policy | Terms & Condition | Why RNI?
Positive SSL